ବାନ୍ଧି ପାରିଲାନି ଲକଡାଉନ ନିୟମ, ଛତିଶଗଡ଼ରୁ ପୁରୀ ଅଭିମୁଖେ ସାଇକେଲରେ ବାହାରିଲେ ୫ ଯୁବକ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ଅଟକାଇ ପାରିଲାନି ଲକ୍ଡାଉନ୍ ଲକ୍ଷ୍ମଣରେଖା। ସାଇକେଲରେ ୭୦୦କିଲୋମିଟର ଯାତ୍ରା। ଏବେ ସୁଦ୍ଧା ୩୭୦ କିଲୋମିଟର ଯାତ୍ରା ସରିଥିବାବେଳେ ଆହୁରି ୩୫୦ କିଲୋମିଟର ଯିବେ। ପୁରୀ ଜିଲ୍ଲାର ୫ଜଣ ଯୁବକ ଛତିଶଗଡ଼ ରାଏପୁରର ଏକ ଘରୋଇ କମ୍ପାନୀରେ ପୁଟି ଶ୍ରମିକଭାବେ କାମ କରୁଥିଲେ। ହେଲେ ଲକଡ଼ାଉନ୍ ଯୋଗୁ ଗାଡିମୋଟର ବନ୍ଦ ହୋଇଯିବାରୁ ଆଉ ଘରକୁ ଫେରିପାରିନଥିଲେ।

ସେପଟେ କମ୍ପାନୀ ବନ୍ଦ ହୋଇଯିବାରୁ ୨୦ଦିନ ହେବ ଭୋକ ଉପାସରେ ରହିବାକୁ ପଡିଥିଲା। ଏହାପରେ ସାଇକେଲରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଯୁବକମାନେ ସୁବର୍ଣ୍ଣପୁର ବୀରମହାରାଜପୁରରେ ପହଞ୍ଚିଛନ୍ତି।