ଝାରସୁଗୁଡା,ଏନ୍ଏନ୍ଏସ: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବେଳପାହାଡ଼ ରେଳ ଲାଇନ ଲଜକୁରା ନିକଟରେ ଆଜି ରେଳୱେ ବିଭାଗର ବିଦ୍ୟୁତ ବିଭାଗର କାମ ମରାମତି କାମ ଚାଲିଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ମାତ୍ର ବିଦ୍ୟୁତ ଖୁଣ୍ଟକୁ ଚଢି ବିଦ୍ୟୁତ ଯନ୍ତ୍ରପାତି ମରାମତି ସମୟରେ କୌଣସି କାରଣରୁ ବିଦ୍ୟୁତ ସଂଯୋଗ ହେବାରୁ ରେଳ ଠିକା ସଂସ୍ଥାର କାମ କରୁଥିବା ସୋମ ଚତୁମ୍ବା ୨୪, ସୋନା ରାମ ୩୦ ଖାଦାୟତ ପ୍ରଧାନ ୪୬, ସରଦାର ୨୪ ଆହତ ହୋଇଛନ୍ତି। ତେବେ ଏହି ବିଦ୍ୟୁତ ସର୍ଟ ସର୍କିଟ ରେ ଗୁରୁତର ଆହତ ହୋଇଛନ୍ତି ସୋମା ଚତୁମ୍ବା ।
ଆହତ ଅବସ୍ଥାରେ ସମସ୍ତଙ୍କୁ କେନ୍ଦ୍ରୀୟ ହସ୍ପିଟାଲ କୁ ଅଣା ଯାଇଥିଲା। ଏବଂ ଉଚ୍ଚ ଚିକିତ୍ସା ପାଇଁ ବୁର୍ଲା କୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ରୀୟ ହସ୍ପିଟାଲ ର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ତେବେ ରେଳ ପ୍ରଶାସନଙ୍କର ଖାମାଖିଆଲି ନୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ରେଲୱେ ବିଭାଗ ବା ରେଲୱେ ଠିକା ସଂସ୍ଥା ର କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।