ଭୁବନେଶ୍ୱର : ରାଜ୍ୟରେ ଆଉ ୪କରୋନା ପଜଟିଭ୍ ଚିହ୍ନଟ। ଆକ୍ରାନ୍ତ ୪ଜଣ ହେଲେ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ କେହିହେଲେ ବି କରୋନା ପଜିଟିଭ୍ ଚିହ୍ନଟ ହୋନଥିଲେ। ହେଲେ ଆଜି ଏକାବେଳେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆ ଜିଲ୍ଲା ଭାବେ ଜଗତସିହପୁର ଜିଲ୍ଲା ଚିହ୍ନଟ ହୋଇଛି। ଏବେ ରାଜ୍ୟରେ କରୋନା ଜିଲ୍ଲା ପରେ ଜିଲ୍ଲା ଡ଼େଇଁବାରେ ଲାଗିଛି। ଏ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି।
ସୂଚନା ଯୋଗ୍ୟ, ଆଜି ଅପରାହ୍ଣ ୫.୨୫ ସୁଦ୍ଧା ୮ଜଣ କେରାନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୧ଜଣ ସୁସ୍ଥ ହୋଇଛନ୍ତି। ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୨୧ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।