ଭିସି ଯୋଗେ ରାଜ୍ୟ ଅନ୍ତଃମନ୍ତ୍ରିସ୍ତରୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ବ୍ୟାପକ କରୋନା ଟେଷ୍ଟ କରିବାକୁ ଲକ୍ଷ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଦିନକୁ ୩ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏଥିରେ ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ୍ ପ୍ରସ୍ତୁତ କରାଯିବ। ଏ ନେଇ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି। ସୂଚନା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି।
