ଭୁବନେଶ୍ୱର : ରାଜ୍ୟରେ ପୁଣି ଖୁସି ଖବର। ଆଉ ୩ଜଣ କରାନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୩ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ବର୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୨୪ଜଣ। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ୨ଜଣ ସୁସ୍ଥ ହୋଇଥିଲେ । ଆଜି ପୁଣି ୩ଜଣ । ଏହା ରାଜ୍ୟ ପାଇଁ ଖୁସି ଖବର। ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ସେଥିମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି, ଜଣେ ମୃତ୍ୟୁବରଣ କରିଛନ୍ତି ଅନ୍ୟ ୩୬ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।