ନବରଙ୍ଗପୁର,ଏନ୍ଏନ୍ଏସ୍: ଆସନ୍ତା ୧୩ ତାରିଖରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଜୀବ ଦୁବେଙ୍କ ଆଦେଶକ୍ରମେ ନବରଙ୍ଗପୁର, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟ ଗୁଡ଼ିକରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମୋକଦ୍ଦମା ଯଥା-ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ ଓ ଚେକ ବାଉନ୍ସ ଇତ୍ୟାଦି ମୋକଦ୍ଦମାର ଅପୋକ୍ଷ ସହମତିରେ ସହଜ, ଚୂଡ଼ାନ୍ତ ଓ ଅମଳଯୋଗ୍ୟ ସମାଧାନ ହୋଇଥାଏ । ଏହି ଲୋକ ଅଦାଲତରେ କେବଳ ବିଚାରଧୀନ ମୋକଦ୍ଦମା ନୁହେଁ ବରଂ ପ୍ରାକ-ମୋକଦ୍ଦମା ସ୍ତରୀୟ ବିବାଦ ଯଥା- ବ୍ୟାଙ୍କ ଋଣ ଦେୟ, ବିଜୁଳି/ ଜଳଯୋଗାଣ ଦେୟ, ଚେକ ବାଉନ୍ସ ସମ୍ବନ୍ଧୀୟ ବିବାଦ ଓ ଶ୍ରମ ବିବାଦ ଇତ୍ୟାଦିର ଅପୋକ୍ଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରନ୍ତୁ ।