ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ପୁଲିସର ପାଟ୍ରୋଲିଂ ସମୟରେ ଜୁରିଆ ଗ୍ରାମରେ ବିଳମ୍ବିତ ରାତ୍ରରେ କିଛି ଦାଦନ ଶ୍ରମିକ ଅନ୍ୟ ଜିଲ୍ଲା ଆସ୍କା ଅଞ୍ଚଳକୁ ଇଟା ଗଢିବାକୁ ଯାଉଥିବା ଖବରପାଇ୨୭ ଜଣ ଶ୍ରମିକକୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର ହୋଇଥିବାବେଳେ ଉଦ୍ଧାର ଶ୍ରମିକମାନଙ୍କୁ ଲରମ୍ଭା ଥାନାକୁ ନିଆଯାଇଛି। ଉଦ୍ଧାର ଶ୍ରମିକମାନେ ଖପରାଖୋଲ ବ୍ଲକ୍ ଅନକାମରା ଓ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ଦୁମେରପାଳି ଗ୍ରାମର ବୋଲି ଜଣାଯାଇଛି। ଶ୍ରମିକଙ୍କ ମଧ୍ୟରେ ୧୨ଜଣ ପୁରୁଷ ୧୦ଜଣ ମହିଳା ଓ ୫ଜଣ ଛୋଟ ପିଲା ରହିଛନ୍ତି।
