୨୫୦ ମାଓବାଦୀ ସମର୍ଥକଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି,ଏନ୍ଏନ୍ଏସ୍: ଲାଲବାହିନୀର ହାତ ଛାଡି ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ମହୁପଦର ଅଞ୍ଚଳରେ ରବିବାର ମାଓବାଦୀ ସମର୍ଥକ ମାଥିଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ମହୁପଦରରେ ପୁଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ ସେହି ଅଞ୍ଚଳରେ ପ୍ରଶାସନର ମୌଳିକ ସୁବିଧା ପହଞ୍ଚିବା ଏବଂ ଉନ୍ନତି ହେବା ଆଶାରେ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଗତ ଦିନରେ ସେମାନେ ପୁଲିସ ବିରୋଧରେ ମାଓବାଦୀଙ୍କ ପାଇଁ କାମ କରୁଥିଲେ। ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକଙ୍କ ଆତ୍ମସମର୍ପଣ ପରେ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି। ତେବେ ପୁଲିସ ଏଠାରେ ଆତ୍ମସମର୍ପଣ କରିଥିବା ଲୋକଙ୍କୁ କମ୍ବଳ ଓ ଡ୍ରେସ ବଣ୍ଟନ କରି ଶୁଭେଚ୍ଛା ଜଣାଇଥିଲା।