ନୂଆଦିଲ୍ଲୀ: ଭାରତ ସରକାର ବେଆଇନ ଗତିବିଧି ଅଧିନିୟମ ଅନ୍ତର୍ଗତ ୨୩ ଜଣଙ୍କୁ ଆତଙ୍କବାଦୀ ଘୋଷିତ କରିଛନ୍ତି । ଏଥିରେ ହାଫିଜ ସଇଦ ଓ ମୁସ୍ତାକ ଅହମ୍ମଦ ଅଜଗର ଭଳି ନାମ ସାମିଲ ରହିଛି । ସଂସଦର ବଜେଟ ଅଧିବେସନ ସମୟରେ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏନେଇ ସୂଚନା ପ୍ରଦାନ କରିଛନ୍ତି । ୧୯୬୭ରୁ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ନାମ ଅଧିନିୟମର ୪ର୍ଥ ଅନୁସୂଚିରେ ଯୋଡ଼ା ଯାଇଛି ।