୨୦ଟି ପଞ୍ଚାୟତର ଜିଆରଏସଙ୍କ ଅଦଳବଦଳ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ୨୯୦ଜଣ ଜିଆରଏସଙ୍କଚିଠି ନମ୍ବର ୧୮୫୭୮ରେ ବଦଳି ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପାଟଣା ବ୍ଲକ୍ର ୨୦ଟିପଞ୍ଚାୟତର ଜିଆରଏସଙ୍କ ବଦଳି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଡିସେମ୍ବର ୧ରୁ ନିଜ ନିଜ ବଦଳି ସ୍ଥାନରେ ଯୋଗଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ବଡ଼ପାଟଣା ପଞ୍ଚାୟତର ଜିଆରଏସ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ମିରିଗିଖୋଜି ଗ୍ରାମ ପଞ୍ଚାୟତକୁ ବଦଳି ହୋଇଛି।

ସେହିପରି ବାଉଁଶୁଳି ପଞ୍ଚାୟତର ଜିଆରଏସ ଦୁର୍ଲ୍ଲଭ ମହାନ୍ତଙ୍କର ଚେମେଣାକୁ ବୁଢ଼ୀକାପୁଡିର ଜିଆରଏସ ନିରାକାର ମହାନ୍ତିଙ୍କ ରାଜନଗରକୁ, ଚାଖୁଣ୍ଡାପାଳ ପଞ୍ଚାୟତର ଜିଆରଏସ ଟୁନି ମଣି ମହାନ୍ତଙ୍କ ଖିରେଇଟାଙ୍ଗିରି ପଞ୍ଚାୟତକୁ, ଚେମେଣା ପଞ୍ଚାୟତର ଜିଆରଏସ ହରେକୃଷ୍ଣ ମହାନ୍ତଙ୍କ କଣ୍ଟିଆପଡ଼ାକୁ, ଚିନାମାଳି ପଶି ପଞ୍ଚାୟତର ଜିଆରଏସ ଶର୍ମିଷ୍ଠା ପ୍ରଧାନଙ୍କର ପୋଲାଣଘାଟି ପଞ୍ଚାୟତକୁ, ଡୁମୁରିଆ ପଞ୍ଚାୟତର ଜିଆରଏସ ଦୀପକ କୁମାର ମହାନ୍ତଙ୍କ ମୂଷାଖରୀ ପଞ୍ଚାୟତକୁ, ଏରେଣ୍ଡେଇ ପଞ୍ଚାୟତର ଜିଆରଏସ ତ୍ରିନାଥ ମହାନ୍ତଙ୍କର ଡୁମୁରିଆକୁ, ଯମୁନାପଶି ପଞ୍ଚାୟତର ଜିଆରଏସ ଜାତୀନ୍ଦ୍ର ମହାନ୍ତଙ୍କର ତୁରୁମୁଙ୍ଗା ପଞ୍ଚାୟତକୁ, କଣ୍ଟିଆପଡ଼ା ପଞ୍ଚାୟତର ଜିଆରଏସ ନଟବର ମହାନ୍ତଙ୍କର ବାଉଁଶୁଳି ପଞ୍ଚାୟତକୁ, କେନ୍ଦେଇପଶି ପଞ୍ଚାୟତର ଜିଆରଏସ ନିର୍ମଳ କୁମାର ମହାନ୍ତଙ୍କର ବଡ଼ପାଟଣାକୁ, ଖିରେଇଟାଙ୍ଗିରି ପଞ୍ଚାୟତର ଜିଆରଏସ ହିରଣ୍ୟ ମହାନ୍ତଙ୍କର ଚାଖୁଣ୍ଡାପାଳକୁ, ମିରିଗିଖୋଜି ପଞ୍ଚାୟତର ଜିଆରଏସ ଜୟଶ୍ରୀ ବାରିକଙ୍କର ଏରେଣ୍ଡେଇକୁ, ମୁରୁସୁଆଁର ଜିଆରଏସ ତପସ୍ୱିନୀ ମହାନ୍ତଙ୍କର ଯମୁନାପଶିକୁ, ମୂଷାଖରୀ ଜିଆରଏସ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କର କେନ୍ଦେଇପଶିକୁ, ପୋଲାଣଘାଟି ପଞ୍ଚାୟତର ଜିଆରଏସ ପଲ୍ଲଭିଙ୍କର ଚିନାମାଳିପଶିକୁ, ରାଜନଗର ପଞ୍ଚାୟତର ଜିଆରଏସ ମଦନମୋହନ ରାଉତଙ୍କର ବୁଢ଼ୀକାପୁଡିକୁ, ସୋରାସକେଲା ପଞ୍ଚାୟତର ଶ୍ରବଣ କୁମାର ପଲେଇଙ୍କର ଟାଙ୍ଗରପଡ଼ାକୁ, ଟାଙ୍ଗରପଡ଼ା ପଞ୍ଚାୟତର ଜିଆରଏସ ସ୍ୱଦେଶ କୁମାର ସାହୁଙ୍କର ସୋରାସକେଲା ପଞ୍ଚାୟତକୁ, ତୁରୁମୁଙ୍ଗା ପଞ୍ଚାୟତର ଜିଆରଏସ ସତ୍ୟନାରାୟଣ ସାହୁଙ୍କର ମୁରୁସୁଆଁ ପଞ୍ଚାୟତକୁ ବଦଳି ହୋଇଛି।