ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ଯୋଗୀସୁର୍ଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାନ ଖଳାରେ ନିଆଁ ଲାଗି ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ ୫ଜଣ ଚାଷୀ ମିଶି ଗୋଟିଏ ଖଳାରେ ଧାନ ଗଦା କରିଥିଲେ।
ଏହି ପରିପ୍ରେକ୍ଷୀରେ ଖଳାରେ କୌଣସି କାରଣରୁ ନିଆଁ ଲାଗିଯାଇ ପାଖାପାଖି ୨୦୦ କ୍ୱିଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଘଟଣାସ୍ଥଳରେ ଦମକଳଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଧାନ ଚାଷୀମାନେ ଏଭଳି ଘଟଣାରେ ଭାଙ୍ଗି ପଡ଼ିଛନ୍ତି।