ପାକିସ୍ତାନୀ ଆକ୍ରମଣକୁ ବିଫଳ କଲା ଭାରତୀୟ ସେନା : ଦୁଇ ପାକ୍‌ କମାଣ୍ଡୋ ମୃତ

ଶ୍ରୀନଗର : ନିୟନ୍ତ୍ରଣ ରେଖା ଡେଇଁ ଭାରତରେ ପ୍ରବେଶ କରିବା ମହଙ୍ଗା ପଡ଼ିଛି ପାକିସ୍ତାନର ଦୁଇ କମାଣ୍ଡୋଙ୍କୁ । ଭାରତୀୟ ସେନା ଗୁଳିରେ ପାକିସ୍ତାନ ସେନାର ଏହି ଦୁଇ କମାଣ୍ଡୋ ନିହତ ହୋଇଛନ୍ତି । ନିହତ ହୋଇଥିବା ଦୁଇ କମାଣ୍ଡୋ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ (ଏସଏସଜି)ର ସଦସ୍ୟ ବୋଲି ଜଣାପଡ଼ିଛି । ତେବେ ସେମାନଙ୍କ ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି ।