ଗ୍ୟାସ ଲିକ୍ ଯୋଗୁଁ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଉରକେଲା ଆଇଡିସିରେ ଥିବା ଏକ ସ୍ପଞ୍ଜ କାରଖାନାରେ ଗ୍ୟାସ ଲିକ୍ ହେବା ଯୋଗୁଁ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। କାରଖାନା ପରିଶରରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଗ୍ୟାସ ଲିକ୍ ହୋଇଥିଲା। ଏହାପରେ ଶ୍ରମିକମାନେ ଅଣନିଶ୍ୱସୀ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ଶ୍ରମିକମାନଙ୍କୁ ଆର୍ଏଚ୍ଜି ନିଆଯାଇଥିବା ବେଳେ ସେଠାରେ ଦୁଇ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଶଣା କରିଥିଲେ। ସ୍ପଞ୍ଜ ଆରନ୍ କାରଖାନରେ ଫର୍ନେସ ଥାଏ। ଏହାତୁ ପ୍ରତିବର୍ଷ ସଫା କରାଯାଉଥିବା ବେଳେ ଏହାକୁ ମଶିନ୍ ଦ୍ୱାରା ସଫା କରିବା କଥା। କିନ୍ତୁ କାରଖାନାରେ ଏହି ନିୟମ ମାନୁନଥିବାରୁ ଶ୍ରମିକଙ୍କୁ ଲଗାଯାଇ ଏହି କାମ କରାଯାଉଥିଲା। ସନ୍ଧ୍ୟାରେ ମଧ୍ୟ ଏହି ଶ୍ରମିକମାନେ ଫର୍ନେସ ଭିତରେ ପସି ସଫା କରୁଥିଲେ।

ଏହି ସମୟରେ ପାଉଁଶ ଓ ଗ୍ୟାସ ଏକା ସାଙ୍ଗରେ ଲିକ୍ ହେବା କାରଣରୁ ଶ୍ରମିକ ଦ୍ୱୟ ନିଶ୍ୱାସ ନେଇପାରିନଥିଲେ। ଘଟଣା ସ୍ଥଳରେ ହିଁ ଶ୍ରମିକମାନେ ଅଚେତ୍ ହୋଇପଡ଼ିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଇଥିଲା। ୫ ବର୍ଷ ତଳେ ମଧ୍ୟ ସମାନ ଭାବେ ଅନ୍ୟ ଏକ ସ୍ପଞ୍ଜ ଆଇରନ୍ କାରଖାନାରେ ଗ୍ୟାସ୍ ଲିକ୍ ଯୋଗଁ ୪ ଜଣ ଶ୍ରମିକ ପ୍ରାଣ ହରାଇତଲେ।