ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡରେ ପୁଲିସ ଗୁଳି ଅପେକ୍ଷା ପ୍ରତିବାଦକାରୀଙ୍କ ଗୁଳିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏ ନେଇ ପ୍ରତିବାଦକାରୀମାନେ ଦାୟୀ ବୋଲି ରାଜ୍ୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପ୍ରତିବାଦକାରୀମାନେ ୧୦୦ରୁ ଅଧିକ ରାଉଣ୍ଡ୍ ଗୁଳି ଚଳାଇଥିବା ସୂଚନା ଦେଇଛନ୍ତି।
ପୁଲିସ ଦାବି କରିଛି ଯେ ପ୍ରତିବାଦକାରୀମାନେ ଚଳାଇଥିବା ଗୁଳିର ୪୦୫ଟି ଖୋକା ବର୍ତ୍ତମାନ ପର୍ୟ୍ୟନ୍ତ ଉଦ୍ଧାର କରାଯାଇ ସାରିଲାଣି। ୧୮ଟି ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ମୃତବ୍ୟକ୍ତିଙ୍କ ଦେହରେ ଦେଶୀ ଗୁଳିର ଚୋଟ ଲାଗିଥିଲା। ପୂର୍ବରୁ ହିଂସାକାଣ୍ଡଜନିତ ମୃତ୍ୟୁ ବିଷୟରେ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓ.ପି. ସିଂହ କହିଥିଲେ ଯେ ପ୍ରତିବାଦକାରୀମାନେ ମହିଳା ଓ ପିଲାଙ୍କୁ ଢାଳ ଭଳି ବ୍ୟବହାର କରୁଛନ୍ତି। ପୁଲିସ ଗୁଳି ଚଳାଇ ନାହିଁ ବରଂ ପ୍ରତିବାଦକାରୀମାନେ ପରସ୍ପର ଉପରକୁ ଗୁଳି ଚଳାଇବାରୁ ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି। ଆମେ ବିଚାର ବିଭାଗୀୟ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ।