ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାରା ଦେଶରେ ଲକଡାଉନ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମୂହ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି। ତେବେ କେତେକ ଅଂଚଳରେ ସମୂହ ସଂକ୍ରମଣ ଆରମ୍ଭ ହୋଇଥିବା ଦେଖାଦେଇଛିି। ମଙ୍ଗଳବାର ସୁଦ୍ଧା ଦେଶରେ ୪୪୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ୩୯୮୧ଜଣ ଚିକିତ୍ସାଧୀନ ଅଛନ୍ତି। ୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୪୮୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪୦ ଜଣ ଚିକିତ୍ସାଧୀନ ଥିବାବେଳେ ୧୩୬ ଜଣଙ୍କ ମୃତ୍ୟୁ ହୋଇଛି।