ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବନ ଆକାଡେମୀର ୧୧ ଆଇଏଫଏସଙ୍କୁ କରୋନା

ନୂଆଦିଲ୍ଲୀ: ଦେହରାଦୁନସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବନ ଆକାଡେମୀର ୧୧ଜଣ ଆଇଏଫଏସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୯ଜଣ ନଭେମ୍ବର ୧୯ରେ ଦିଲ୍ଲୀ ପହଂଚିବା ପରେ କରୋନାଗ୍ରସ୍ତ ହୋଇଛନ୍ତି। ସଂକ୍ରମିତ ଅଧିକାରୀଙ୍କୁ ଆକାଡେମୀର ପୁରୁଣା ଛାତ୍ରବାସରେ କ୍ୱାରେଣ୍ଟାଇନ କରାଯାଇଛି। ଅନ୍ୟପଟେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସଂକ୍ରମିତ ଅଧିକାରୀ ଭ୍ୟାକ୍ସିନର ଡବଲ ଡୋଜ୍ ନେଇଥିବାରୁ ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। ଏନେଇ ଜିଲ୍ଲା ତଦାରଖ ଅଧିକାରୀ ରାଜୀବ କୁମାର ଦୀକ୍ଷିତ ସୂଚନା ଦେଇଛନ୍ତି।