୪୦ ବର୍ଷ ପରେ ବ୍ରିଟେନ୍‌ରୁ ଫେରିଆସିବ ବିରଳ ପ୍ରତିମା, ଉତ୍ତରପ୍ରଦେଶର ଏକ ମନ୍ଦିରରୁ ହୋଇଥିଲା ଚୋରି

ଲଣ୍ଡନ,ଏଜେନ୍ସି: ପାଖାପାଖି ୪୦ ପୂର୍ବରୁ ଚୋରି କରି ବ୍ରିଟେନ୍‌ ନିଆଯାଇଥିବା ଦେବୀ ଯୋଗିନୀଙ୍କ ପୂରାତନ ମୂର୍ତ୍ତି ଘରକୁ ଫେରିବ। ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଏକ ମନ୍ଦିରରୁ ଏହି ମୂର୍ତ୍ତିକୁ ଚୋରି କରାଯାଇଥିଲା। ଲଣ୍ଡନରେ ଭାରତୀୟ ଉଚ୍ଚାୟୋଗ ପୂରାତନ ମୂର୍ତ୍ତିକୁ ଭାରତ ପଠାଇବା ନେଇ ସ୍ପଷ୍ଟ କରିଛନ୍ତି। ଉ‌ଚ୍ଚାୟୋଗ ତରଫରୁ କୁହାଯାଇଛି ଯେ, ଭାରତକୁ ପୂରାତନ ମୂର୍ତ୍ତି ପଠାଯିବା ପାଇଁ ଔପଚାରିକ ପ୍ରକ୍ରିୟା ପୂରା କରାଯାଇଛି।

ଉଚ୍ଚାୟୋଗରେ ବ୍ୟାପାର ଏବଂ ଆର୍ଥିକ ମାମଲାର ପ୍ରଥମ ସଚିବ ଜସପ୍ରୀତ ସିଂହ ସୁଖିଜା କହିଛନ୍ତି, ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୋଗ ଦେବୀ ଯୋଗିନୀଙ୍କ ମୂର୍ତ୍ତି ଫେରାଇ ନିଆଯିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ମୂର୍ତ୍ତି ୮ମ ଶତାଦ୍ଦୀର ବୋଲି କୁହାଯାଉଛି ଏବଂ ଏହାକୁ ୧୯୭୦ ଦଶକର ଶେଷ ପର୍ଯ୍ୟାୟରେ ଅଥବା ୧୯୮୦ ଦଶକର ଆରମ୍ଭରେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଲୋଖାରୀ ଗାଁର ଏକ ମନ୍ଦିରରୁ ଚୋରି କରାଯାଇଥିଲା।

ଶ୍ରୀ ସିଂହ କହିଛନ୍ତି ଯେ, ଅଧିକାଂଶ ଔପଚାରିକ ପୂରା କରାଯାଇଛି। ଆମେ ପୂରାତନ କଳାକୃତି ଫେରାଇ‌ ନେବାକୁ କାମ କରୁଛି। କ୍ରିସ ମାରିନେଲୋ ଏବଂ ଶ୍ରୀ ବିଜୟ କୁମାର କିଛି ମାସ ପୂର୍ବରୁ କଳାକୃତି ଚିହ୍ନଟ କରିବାର ବଡ଼ ଭୂମିକା ତୁଲାଇଥିଲେ। ଦେବୀ ଯୋଗିନୀଙ୍କ ମୂର୍ତ୍ତି ଖୁବ ଶୀଘ୍ର ଉଚ୍ଚାୟୋଗଙ୍କୁ ହସ୍ତାନ୍ତର କରାଯିବ।