ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ମାଝୀମୁଣ୍ଡା, କରଲଗା, ଅନ୍ଧାରୀଖୋଳ ଓ ଚାନ୍ଦପଶି ଅଞ୍ଚଳରେ ଖ୍ରୀଷ୍ଟ ଧର୍ମର ପ୍ରଚାରକମାନେ ସେବା ଆଳରେ ଓ ଆର୍ଥିକ ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀ ହିନ୍ଦୁ ଲୋକଙ୍କୁ ଖ୍ରୀଷ୍ଟଧର୍ମରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହିକ୍ରମେ ଆଜି ସ୍ୱାମୀ ଅଭୟ ଚୈତନ୍ୟ ଜୀଙ୍କ ଆହ୍ୱାନକ୍ରମେ ବିଶ୍ୱ ହିନ୍ଦୁ ପରିଷଦ ସଂଗଠନର ବହୁ କର୍ମୀ ଟିଙ୍କବୀରରେ ସାମିଲ ହୋଇଥିଲେ । ପରେ ମାଝୀମୁଣ୍ଡା ଗ୍ରାମକୁ ଯାଇ ଆଦିବାସୀ ହିନ୍ଦୁ ଲୋକଙ୍କୁ ଡାକି ଏକ ବୈଠକ କରିଥିଲେ । ଲୋଭଗ୍ରସ୍ତ ନହୋଇ ଧର୍ମକୁ ପରିତ୍ୟାଗ କରନାହିଁ ବୋଲି ସ୍ୱାମୀ ଶ୍ରୀ ଚୈତନ୍ୟ ପରାମର୍ଶ କରିଥିଲେ । ଅନ୍ୟପଟେ ଏ ବାବଦରେ ରିଆମାଳ ଥାନାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ସଂଗଠକ ସନ୍ତୋଷ କୁମାର କର ପରିପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରୁଦ୍ର ନାରାୟଣ ସାହୁ, ସୁଦର୍ଶନ ପାତ୍ର, କାହ୍ନା ବେହେରା ଓ ବିଦ୍ୟୁତ ସାହୁ ଆଦି ପ୍ରମୁଖ ଯୋଗ ଦେଇଥିଲେ ।