ନୂଆଦିଲ୍ଲୀ, ଏଜେନ୍ସି: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପଭୋକ୍ତାଙ୍କୁ ଅତିରିକ୍ତ ଦୁଇମାସ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବା ଲାଗି କେନ୍ଦ୍ର ସରକାର ଗତମାସରେ କରିଥିବା ଘୋଷଣାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଘୋଷଣା ପିଛିଲା ଭାବେ ଅନୁମୋଦିତ ହୋଇଛି। ଏହା ଫଳରେ ଉପଭୋକ୍ତାଙ୍କୁ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ୍ ଚାଉଳ କିମ୍ବା ଗହମ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ଏହି ବ୍ୟବସ୍ଥାରେ ଦେଶର ପ୍ରାୟ ୮୦କୋଟି ଲୋକ ଉପକୃତ ହେବେ। ଏହି ବ୍ୟବସ୍ଥାରେ ସବ୍ସିଡ୍ ବାବଦ ସରକାରୀ ରାଜକୋଷ ଉପରେ ପ୍ରାୟ ୨୬,୦୦୦ କୋଟି ଟଙ୍କା ଅଧିକ ବ୍ୟୟଭାର ପଡ଼ିବ। ତେବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗରିବ ଲୋକେ କାମଧନ୍ଦାରୁ ବଞ୍ôଚତ ହେବା ଫଳରେ ଏହି ମାଗଣା ଖାଦ୍ୟଶସ୍ୟ ସେମାନଙ୍କ ପାଇଁ ବିଶେଷ ସହାୟକ ହେବ।