ହ୍ୟାଟ୍ରିକ୍ ମାରିଲେ ଦିଦି , ବିଜେପିର ପରିଶ୍ରମ ବେକାର

କୋଲକୋତା: ହ୍ୟାଟ୍ରିକ ମାରିଲେ ଦିଦି। ବିଜେପିର ହାଇଭୋଲଟେଜ ପ୍ରଚାର ମମତା ବାନାର୍ଜୀ ଆଗରେ କାମ ଦେଲାନି। ମମତାଙ୍କୁ ହରାଇ ବଙ୍ଗରେ ପଦ୍ମ ଫୁଟାଇବାର ଯେଉଁ ସ୍ୱପ୍ନ ଦେଖୁଥିବା ବିଜେପି ତାହା ସ୍ୱପ୍ନରେ ରହିଯାଇଛି। ବିଜେପି ୧୦୦ ବି ଛୁଇଁ ପାରିଲା ନାହିଁ । ୨୯୨ଟି ଆସନରୁ ତୃଣମୂଳ କଂଗ୍ରେସ ୨୨୧ଟି ଆସନରେ ବିଜୟ ହୋଇଛି। ସୂଚନା ଯୋଗ୍ୟ, ବିଜେପି ପଶ୍ଚିମବଙ୍ଗରେ ହିନ୍ଦୁତ୍ୱ କାର୍ଡ୍ ଖେଳୁଥିଲା । ମମତାଙ୍କ ମୁସଲିମ୍ ତୁଷ୍ଟିକରଣ ନୀତି ବିରୋଧରେ ବିଜେପିର ହିନ୍ଦୁ ଭୋଟ ଧୃବୀକରଣ ରଣନୀତି କାମ ତ’ ଦେଇଛି କିନ୍ତୁ ପଦ୍ମଦଳର କ୍ଷମତା ଦଖଲ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯାଇଛି ।