ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବିବାହ କାର୍ଡ ସାମ୍ନାକୁ ଆସିଛି । ଏବେ ଆନୁଷ୍ଠାନିକ ଭାବେ ଉଭୟଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । ସେପ୍ଟେମ୍ବର ୨୪ରେ ପଞ୍ଜାବୀ ରୀତିନୀତି ଅନୁସାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ପରିଣୀତି ଓ ରାଘବଙ୍କ ବିବାହ ସମସ୍ତ କାର୍ଯ୍ୟକ୍ରମ ଉଦୟପୁରର ହୋଟେଲ ଲୀଲା ଓ ତାଜ ଲେକ ପେଲେସରେ ହେବ ।
ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ବିବାହ କାର୍ଡ ମୁତାବକ, ସେପ୍ଟେମ୍ବର ୨୩ରେ କପଲଙ୍କ ବିବାହ ଫଙ୍କସନ ଆରମ୍ଭ ହେବ ଯାହାକି ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ । ଉଦୟପୁରର ହୋଟେଲ ଲୀଲା ଏବଂ ତାଜ ଲେକ ପ୍ୟାଲେସରେ ଦୁହେଁ ଫେରା ନେବେ । ପରିଣୀତି ଓ ରାଘବଙ୍କ ସଙ୍ଗୀତ ପାଇଁ ୯୦ ଦଶକର ଥୀମ ରଖାଯାଇଛି ।