ରାଜ୍ୟରେ ଆଉ ୬୦୨ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୬୦୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୭୯ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୩୫୩ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪୯ଜଣ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୩ହଜାର ୭୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୬୬, କଟକରୁ ୭୪, ଷ୍ଟେଟପୋଲରୁ ୬୩, ଜଗତସିଂହପୁରରୁ ୩୪, ବାଲେଶ୍ୱରରୁ ୨୪, ସମ୍ବଲପୁରରୁ ୨୩, ମୟୁରଭଞ୍ଜରୁ ୧୯, ଯାଜପୁରରୁ ୧୬, ପୁରୀରୁ ୧୩, ଗଞ୍ଜାମ ଓ ନୟାଗଡ଼ରୁ ୮ଲେଖାଏଁ, ଢେଙ୍କାନାଳ ଓ ଭଦ୍ରକରୁ ୭ ଲେଖାଏଁ, ଗଜପତି ଓ ଅନୁଗୁଳରୁ ୬ ଲେଖାଏଁ, ସୁନ୍ଦରଗଡ଼ରୁ ୫, ନୟାଗଡ଼ରୁ ୪, ସୋନପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ, କୋରାପୁଟ, ଦେଓଗଡ଼ ଓ କନ୍ଧମାଳରୁ ୨ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା, କେଉଁଝର ଓ ବୌଦ୍ଧରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୩ହଜାର ୭୩୫ ହୋଇଥିବାବେଳେ ୧୦ଲକ୍ଷ ୯ହଜାର ୫୮୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୧୭୦ଜଣଙ୍କର ମୃତ୍ୟୁ ଘଟିଛି ଓ ୫ହଜାର ୯୩୦ଜଣ ଚିକିତ୍ସିତ ହେଉଛନ୍ତି।