ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କରଞ୍ଜିଆ ବ୍ଲକ ଅଞ୍ଚଳ ଟିଏମସି ସେଣ୍ଟରରୁ ଜଣେ ଓ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳ ଅସ୍ଥାୟୀ ମେଡ଼ିକାଲ ସେଣ୍ଟର(ଟିଏମସି)ରୁ ୨ ଜଣ ରହିିଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ତାମିଲନାଡ଼ୁ ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ରହିଥିବା ଜଣାପଡ଼ିଛି। ସ୍ୱାବ ନମୁନା ପଜିଟିଭ ଆସିବା ପରେ ସଂକ୍ରମିତଙ୍କୁ ବାରିପଦାସ୍ଥିତ ବାଙ୍କିଶୋଳ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରିକୁ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଆଜିର ଏହି ୩ ଜଣକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ୮୨ ଜଣ ସୁସ୍ଥ ହୋଇଥିବାବେଳେ ୪୭ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।