ବିଜେପିରେ ଯୋଗଦେଲେ ବରିଷ୍ଠ ବିଜେଡି କର୍ମୀ ଓ ପୂର୍ବତନ କାଉନସିଲର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଏନଏସିର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ବିଶ୍ୱଜିତ ହୋତା ବିଧାୟକଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆଜି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପରେ ରାଜଖମାରରେ କନକବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି । ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ଶ୍ରୀ ହୋତା କହିଛନ୍ତି । ଏଥିସହିତ ବିଧାୟକ ତାଙ୍କ ସହ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଥିବାରୁ ସେ ଅଣନିଶ୍ୱାସୀ ହୋଇ ରହୁଥିଲେ ସେଥିପାଇଁ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି।

ସେହିପରି ପୂର୍ବତନ କାଉନସିଲର ଗୁଣନିଧି ମେହେର ମଧ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦାନ କରିଛନ୍ତି। ଏହି ଯୋଗଦାନ ସମୟରେ ପାଟଣାଗଡ଼ ନଗରସଭାପତି ସୁଶାନ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଓମପ୍ରକାଶ ଯୋଶୀ, ବରିଷ୍ଠ ବିଜେପି ନେତା ପ୍ରବୋଧା ପାଣିଗ୍ରାହୀ, ରାଜୁ ପାଣିଗ୍ରାହୀ, ବିସମ୍ବର ପାଣିଗ୍ରାହୀ, ଅଶୋକ କୁଅଁର, ଭୀମ ମେହେର, ରମାନାଥ ହୋତା ଓ ସୁନା ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ୨ଜଣଙ୍କ ଯୋଗଦାନ ଫଳରେ ସଂଗଠନ ଆହୁରି ସୁଦଢ଼ ହେବ ବୋଲି ସ୍ଥାନୀୟ ବିଜେପି ନେତା ଆଶାବାଦୀ ଅଛନ୍ତି ।