ପହିଲି ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଲାଲା ପ୍ରଧାନ (୩୫)।

ମିଳିଥିବା ରିପୋର୍ଟ ମୁତାବକ, ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆର ବଡ଼ଶବର ସାହିରେ ଆଜି ସକାଳ ୭ଟା ସମୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଗୋଟିଏ ଜୀବନ୍ତ ଗୁଳି ଓ ଖୋକା ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଉକ୍ତ ଘଟଣାରେ ୬ ରାଉଣ୍ଡ ଗୁଳି ଫାଏରିଙ୍ଗ ହୋଇଥିବାବେଳେ ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ପେଟରେ ବାଜିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ନେଇ ଏସଡିପିଓ ସୁଶିଲ ମିଶ୍ର ସୂଚନା ଦେଇଛନ୍ତି।