ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। କାରଣ କରୋନା ଭାଇରସ ଯୋଗୁ ତାଙ୍କ ସରକାରଙ୍କୁ ଏମିତି କିଛି ପଦକ୍ଷେପ ନେବାକୁ ପଡ଼ିଛି ଯାହାଦ୍ୱାରା ଦେଶବାସୀଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ଖାସ୍ କରି ପ୍ରଧାନମନ୍ତ୍ରୀ ଗରିବଙ୍କୁ କ୍ଷମା ମାଗିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, ଆପଣଙ୍କ ମଧ୍ୟରୁ କିଛି ଲୋକ ଆମ ଉପରେ ରାଗିଛନ୍ତି କିନ୍ତୁ କରୋନା ସହ ଲଢ଼ିବା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା। ଏତଦବ୍ୟତୀତ କରୋନା ମୁକାବିଲାରେ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ଆଗଧାଡ଼ିର ସୈନିକ କହି ସେ ଖୁବ୍ ପ୍ରଶଂସା କରିଛନ୍ତି। ସାମାଜିକ ଦୂରତ୍ୱକୁ ବଢ଼ାଇ ଭାବଗତ ଦୂରତ୍ୱକୁ କମାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।