ନୂଆଦିଲ୍ଲୀ: ‘ଦି କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ବିବେକ ଅଗ୍ନିହୋତ୍ରୀ କଶ୍ମୀର ପଣ୍ଡିତଙ୍କ ନାଁରେ କୋଟି କୋଟି ଟଙ୍କା କମାଇଲେ ଏବଂ ବିଜେପି ଲୋକ ପୋଷ୍ଟର ଲଗାଇବାରେ ବ୍ୟସ୍ତ ରହିଗଲେ । ଆଜି ସମଗ୍ର ଦେଶରେ ବିଜେପି କେବଳ ଗୋଟିଏ ଫିଲ୍ମର ପୋଷ୍ଟର ଲଗାଉଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ, ୮ ବର୍ଷରେ ଯଦି ଜଣେ ପ୍ରଧାନମନ୍ତ୍ରୀଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଚରଣରେ ଶରଣ ନେବାକୁ ପଡ଼େ ତେବେ ଏହାର ଅର୍ଥ ଆପଣ ୮ ବର୍ଷରେ କିଛି କାମ କରିନାହାନ୍ତି । ବିଜେପି ଚାହୁଁଛି କି କଶ୍ମୀର ଫାଇଲ୍ସ ଟ୍ୟାକ୍ସ ଫ୍ରି ହେଇଯାଉ । ଆରେ ୟୁଟ୍ୟୁବରେ ଅପଲୋଡ କରିଦିଅ ଫ୍ରି ହୋଇଯିବ । ଟ୍ୟାକ୍ସ ଫ୍ରିର ଆବଶ୍ୟକତା ପଡ଼ିବନି ।