କୁନି ଧାବିକା ମାମୁନିଙ୍କୁ ଓଡ଼ିଶା ନଜୱାନ ୟୁନିୟନ ପକ୍ଷରୁ ସମ୍ବର୍ଦ୍ଧନା

ଆଳି,ଏନ୍ଏନ୍ଏସ୍: ଆଳି ଅଞ୍ଚଳର ୫ ବର୍ଷର କୁନି ଧାବିକା ଭାବେ ନୂତନ ପରିଚୟ ସୃଷ୍ଟି କରିଥିବା ମାମୁନି ମଲ୍ଲିକଙ୍କୁ ଓଡ଼ିଶା ନଜୱାନ ୟୁନିୟନ ସମ୍ବର୍ଦ୍ଧିତ କରିଛି। କୁନି ଧାବିକାଙ୍କ ପ୍ରତିଭା ସମ୍ପର୍କରେ ଗତ ୧୪ ତାରିଖ ଦିନ ‘ନିତିଦିନ’ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ୟୁନିୟନର ରାଜ୍ୟ କାର୍ୟ୍ୟକାରୀ ସଭାପତି ମହମ୍ମଦ ଅମିରଙ୍କ ନେତୃତ୍ୱରେ ସଦସ୍ୟମାନେ ମଙ୍ଗଳବାର ପୂର୍ବାହ୍ନରେ ମାମୁନିର ନିଆଳ ତୋଟାସାହିସ୍ଥିତ ଘରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିସହିତ ମାମୁନି କିପରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବ ସେନେଇ ସମସ୍ତ ପ୍ରକାର ଚେଷ୍ଟା କରାଯିବ ବୋଲି ଶ୍ରୀ ଅମିର ପ୍ରକାଶ କରିଛନ୍ତି । ଏହି ସମୟରେ ଅମିରଙ୍କ ସହିତ ୟୁନିୟନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।